ବଦଳିଯିବ କେଜ୍ରିଓ୍ବାଲଙ୍କ ଘର ଠିକଣା , ପଦରୁ ଇସ୍ତଫା ଦେବା ପରେ ଛାଡ଼ିବେ ସରକାରୀ କ୍ବାଟର …
1 min readଏବେ ବଦଳିଯିବ କେଜ୍ରିଓ୍ବାଲଙ୍କ ଘର ଠିକଣା । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାରୀ ବାସଭବନ ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେସେ ସବୁକୁ ଛାଡ଼ିବାକୁ ଯାଉଛନ୍ତି । କ୍ବାଟର ଛାଡ଼ିବା ପରେ କେଉଁଠି ରହିବେ କେଜ୍ରିଓ୍ବାଲ । ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ସୃଷ୍ଟି ହୋଇଥିବାବେଳେ ଆପ ନେତା ସଞ୍ଜୟ ସିଂ କହିଛନ୍ତି କି, ତାଙ୍କୁ ସୁରକ୍ଷା ଦିଆଯାଉ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ କେଜ୍ରିଓ୍ବାଲ କହିଛନ୍ତି ମୋତେ କେବଳ ଭଗବାନ ରକ୍ଷା କରିବେ । ଏତେଦିନ ଜେଲରେ ରହିଲି ।
ବହୁ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ରହିଛି ଏଣୁ ମୋର କାହାକୁ ଭୟ କରିବାର ନାହିଁ । ମୋତେ କେବଳ ଭଗବାନ ରକ୍ଷା କରିବେ । କେଜ୍ରିୱାଲ ଇସ୍ତଫା ସେବାପରେ ସେ ରହୁଥିବା ସିଭିଲ୍ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବେ। ଏହି ବଙ୍ଗଳାରେ କେଜ୍ରିଓ୍ୱାଲ ତାଙ୍କ ପତ୍ନୀ ସୁନୀତା, ନିଜର ପିଲା ଓ ବାପା-ମା’ଙ୍କ ସହ ରହୁଛନ୍ତି। ବଙ୍ଗଲା ଛାଡ଼ିବା ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।