Pratidin TV

Odisha's Digital News Platform

କୋଲକାତା କାଣ୍ଡର ୨୬ଦିନ ପରେ ସନ୍ଦୀପ ଘୋଷକୁ ସସପେଣ୍ଡ କଲା ବେଙ୍ଗଲ ସରକାର

ନିଲମ୍ବିତ ହେଲେ ଆର୍ଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ୍‌ କଲେ ପଶ୍ଚିମବଙ୍ଗ ସରକାର । ସନ୍ଦୀପଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାରୁ ତାଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି ସରକାର । ତେବେ ଦୁର୍ନୀତି ମାମଲାରେ ଗତକାଲି ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ ।

ସୂଚନା ଅନୁଯାୟୀ, ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଛି । ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ । ସନ୍ଦୀପ ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ସନ୍ଦୀପ ଘୋଷଙ୍କ ଗିରଫ ହେବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ତାଙ୍କ ସୁରକ୍ଷାକର୍ମୀ ଏବଂ ଦୁଇ ଭେଣ୍ଡରଙ୍କୁ ଗିରଫ କରିଥିଲେ। ଯେଉଁମାନେ ଡାକ୍ତରଖାନାକୁ ଚୋରା ସାମଗ୍ରୀ ଯୋଗାଇଥିଲେ । ଗତକାଲି ତାଙ୍କୁ କୋର୍ଟରେ ହାଜର କରାଇ ୮ ଦିନ ପାଇଁ ରିମାଣ୍ତରେ ନେଇଛି। ସିବିଆଇ ତାଙ୍କୁ ରିମାଣ୍ତରେ ନେବା ପରେ ବେଙ୍ଗଲ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି।

ପୂର୍ଵସୂଚନା ଆଧାରରେ, ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା। ଘଟଣାର ପରେ ସନ୍ଦୀପ ଘୋଷ ଅଗଷ୍ଟ ୧୨ରେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ସିବିଆଇ ପଚରାଉଚୁରା ପରେ ଗିରଫ ପରେ ଗତକାଲି ୮ ଦିନ ପାଇଁ ରିମାଣ୍ଡରେ ନେଇଛି |

Leave a Reply

Your email address will not be published. Required fields are marked *