Pratidin TV

Odisha's Digital News Platform

(video)ସ୍ତ୍ରୀ ସାମ୍ନାରୁ ସ୍ୱାମୀକୁ ଉଠାଇନେଲେ ଅପହରଣକାରୀ , ମୁଣ୍ଡ ଜାମିନ ପାଇଁ ମାଗୁଛନ୍ତି ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର ; ରାଜଧାନୀରେ ଚାଞ୍ଚଲ୍ୟ। ଘର ସାମ୍ନାରୁ ଓଲା’ ଡ୍ରାଇଭରଙ୍କୁ ଅପହରଣ। ସ୍ତ୍ରୀ ଆଗରେ ସ୍ବାମୀ ଙ୍କୁ ଉଠେଇ ନେଲା ଅପହରଣକାରୀ।୧୦ ଲକ୍ଷ୍ୟ ର ମୁଣ୍ଡ ଜାମିନ୍ ରଖି ମାଡ ମରୁଛନ୍ତି। ଏନେଇ ସ୍ତ୍ରୀ ରୋଜି ସ୍ବାମୀ ଶଙ୍କର୍ଷଣ ଦାସ ଅପହରଣ ନେଇ ଖଂଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ଅଞ୍ଚଳରେ।‘

ଗୁରୁବାର ରାତି ପ୍ରାୟ ୮ ଟା ସମୟରେ ପାତ୍ରପଡ଼ା କ୍ରିଷ୍ଣା ବିହାରର ଶଙ୍କର୍ଷଣ ନିଜ କୁକୁର ସହ ଘର ବାହରେ ବୁଲା ବୁଲି କରୁଥିଲେ । ଆଉ ଠିକ୍ ଏହି ସମୟରେ କିଛି ଯୁବକ ଆଇ ୨୦ କାର୍‌ରେ ଆସି ସ୍ୱାମୀଙ୍କୁ ମାଡ ମାରି ଟେକିନେଇଯାଇଥିଲେ । ଆଉ ତାପରେ ରୋଜିଙ୍କୁ ଫୋନ କରି ୧୦ ଲକ୍ଷର ମୁଣ୍ଡ ଜାମିନ୍ ମାଗୁଛନ୍ତି । ଅର୍ଥାତ୍ ୧୦ ଲକ୍ଷ ଦେଲେ ହିଁ ସେମାନେ ସ୍ୱାମୀ ଶଙ୍କର୍ଷଣଙ୍କୁ ଛାଡିବେ । କିନ୍ତୁ ରୋଜି ବର୍ତ୍ତମାନ ସୁଦ୍ଧା କିଡନାପର ଚନ୍ଦନ ମଲ୍ଲିକଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇଥିଲେ ମଧ୍ୟ କିଡନାପର ମାନେ ତାଙ୍କ ସ୍ୱାମୀକୁ ଛାଡିବାର ନା ଧରିନଥିଲେ ଓଲଟା ଭିଡିଓକଲ୍ କରି ସ୍ୱାମୀଙ୍କୁ ମାଡ ମାରି ଦେଖାଉଥିଲେ । ଏନେଇ ଶେଷରେ ସ୍ତ୍ରୀ ରୋଜି ନିରୂପାୟ ହୋଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *