ସ୍ୱାମୀର ପରକିୟା ପ୍ରୀତି ପୋଛିଦେଲା ସ୍ତ୍ରୀ ମଥାର ସିନ୍ଧୂର।
ପିପିଲି : ପିପିଲି କଣ୍ଟି ପଂଚାୟତରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି ।ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କେନାଲ ବନ୍ଧ ଉପରୁ ଯୁବକ ଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ପିପିଲି କଣ୍ଟି ଗ୍ରାମ ରେ ଘଟିଛି ଏଭଳି ଅଘଟଣ ଘଟିଥିବା ବେଳେ ମୃତକ ଯୁବକ ପିପିଲି କଣ୍ଟି ଗ୍ରାମ ର ନୀଳକଣ୍ଠ ପାଇକରାୟ ବୟସ ୨୬ବର୍ଷ ବୋଲି ଜଣାପଡିଛି । ପିପିଲି ସାନ କଣ୍ଟି ଗ୍ରାମର ବିବେକାନନ୍ଦ ଙ୍କ ପୁଅ ନୀଳକଣ୍ଠ ଙ୍କ ପରକିୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଗତକାଲି ଫୋନ କରି ପୁଅ କୁ ଡକାଇ ମାରି ଦେଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ପୁଅକୁ ଘରକୁ ଡକାଇ ମାରି ଦେଇଥିବା ଅଭିଯୋଗରେ ପୋଲିସ ୩ଜଣଙ୍କୁ ଥାନା ରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଟକ ଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସୂଚନା ଥାଉକି ପିପିଲି କଣ୍ଟି ବାଲିମୁଳ ଗ୍ରାମର ବିବେକାନନ୍ଦ ଙ୍କ ପୁଅ ନୀଳକଣ୍ଠ ପୂର୍ବରୁ ବିବାହିତ ହୋଇଥିଲେ, ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ନିକଟ ପାଖ ଗ୍ରାମର ଜନୈକ ବିବାହିତ ମହିଳା ଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ରହିଥିଲା । ଏ କଥା ଜାଣିବା ପରେ ଉଭୟ ପରିବାର ଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ସୃଷ୍ଟି ହୋଇ ପିପିଲି ଥାନା ର ଦ୍ବାରସ୍ଥ ହୋଇଥିଲେ ଉଭୟ ପରିବାର । ମାତ୍ର ଉଭୟ ଙ୍କ ମଧ୍ୟରେ ଥିବା ପରକୀୟା ପ୍ରେମ ସମ୍ପର୍କ ପାଇଁ ଯୁବକର ଜୀବନ ଚାଲିଯାଇଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
ନିଳକଣ୍ଠ କୁ ଗତକାଲି ରାତିରେ ଉକ୍ତ ମହିଳା ଫୋନ ରେ ଡାକି ତାକୁ ମାରି ଦେଇ କେନାଲ ବନ୍ଧ ରେ ଫୋପାଡି ଦେଇଥିବା ନେଇ ଯୁବକ ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆଜି ସକାଳୁ ପିପିଲି ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ରହସ୍ୟ କଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।