Pratidin TV

Odisha's Digital News Platform

ଛୁଆଁଙ୍କୁ ବିଦେଶ ପଠାଇ ସ୍ୱାମୀଙ୍କୁ ଛାଡପତ୍ର ଦେବେ, ପରେ ପାକିସ୍ତାନ ଫେରିଯିବେ ଅଞ୍ଜୁ…

ପାକିସ୍ତାନରୁ ପ୍ରାୟ ୪ ମାସ ପରେ ଭାରତ ଫେରିଛନ୍ତି ଅଞ୍ଜୁ । ସେ କହିଛନ୍ତି ଯେ ତାଙ୍କ ପିଲାମାନଙ୍କ ପାଇଁ ସେ ଭାରତ ଆସିଛନ୍ତି। ଅଞ୍ଜୁଙ୍କ ପିଲା ଭାରତରେ କିମ୍ବା ପାକିସ୍ଥାନରେ ରହିବେ ନାହିଁ । ସେ ନିଜ ପିଲାମାନଙ୍କୁ ବିଦେଶରେ ଶିକ୍ଷା ଦେବେ ବୋଲି ଅଞ୍ଜୁ କହିଛନ୍ତି ।

ତେବେ ଅଞ୍ଜୁ ଦିଲ୍ଲୀ ଆସିବା ମାତ୍ରେ ସେ ନିଜ ସାଙ୍ଗଙ୍କ ସହ ଝାଜ୍ଜରରେ ପହଞ୍ଚିଥିଲେ । ଅଞ୍ଜୁ କହିଛନ୍ତି ଯେ ସେ କୈାଣସି ଚାପ କିମ୍ବା ବଧ୍ୟରେ ନୁହେଁ ବରଂ ନିଜ ଇଚ୍ଛାରେ କେବଳ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଭାରତ ଫେରିଛନ୍ତି । ନିଜ ପିଲାମାନଙ୍କର ଭଲ ଭବିଷ୍ୟତ ପାଇଁ ସେ ଖୁବ୍ ଶୀଘ୍ର ଏକ ବଡ ନିଷ୍ପତ୍ତି ନେବେ । ଅଞ୍ଜୁଙ୍କର ଦୁଇଟି ସନ୍ତାନ, ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । ଉଭୟ ରାଜସ୍ଥାନ ଭବାଡି ବିଦ୍ୟାଳୟରେ ପଢୁୁଛନ୍ତି । ଅଞ୍ଜୁ କହିଛନ୍ତି ଯେ ସେ ଜଣେ ମା, ଏବଂ ସେ ଜାଣନ୍ତି କିପରି ପିଲାମାନଙ୍କୁ ବଂଚାଇବେ ଏବଂ କେଉଁଠାରେ ସେମାନେ ଉନ୍ନତ ଶିକ୍ଷା ପାଇବେ । ଏଥିପାଇଁ ସେ ତାଙ୍କର ପ୍ରଥମ ସ୍ୱାମୀ ଅରବିନ୍ଦଙ୍କୁ ଭେଟି ଛାଡପତ୍ର ବିଷୟରେ କଥା ହେବେ । ଏବଂ ପିଲାମାନଙ୍କୁ ପାଠ ପଢିବାକୁ ବିଦେଶ ପଠାଇବେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ପାକିସ୍ତାନକୁ ପସନ୍ଦ କରନ୍ତି ନାହିଁ କିମ୍ବା ସେ ଭାରତରେ ରହିବାକୁ ଚାହାଁନ୍ତି ନାହିଁ । ତାଙ୍କର ଇଚ୍ଛା ହେଉଛି ଆମେରିକା କିମ୍ବା ୟୁରୋପରେ ଅଧ୍ୟୟନ ଏବଂ ସ୍ଥିର ହେବା । ତେଣୁ ସେ ପ୍ରଥମେ ନିଜ ପିଲାମାନଙ୍କ ସହିତ ବସି ଆଲୋଚନା କରିବେ । ଯଦି ସ୍ୱାମୀ ଅରବିନ୍ଦ ବାଧା ଦେବେ ତାହେଲେ ସେ ଆଇନର ଆଶ୍ରୟ ନେବେ ।

Leave a Reply

Your email address will not be published. Required fields are marked *