Pratidin TV

Odisha's Digital News Platform

(VIDEO)ପୁଣି ମିଶିବେ ବର୍ଷା-ଅନୁଭବ , ପ୍ରେମ ଆଗରେ ଆଇନ୍ ଜୁଡିସିଆରି କଣ କରିବ- ସୁର ରାଉତରାୟ ….

ଭୁବନେଶ୍ୱର ; ଗୁରୁବାର ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ ଖବର ଆସିଥିଲା । ଦୀର୍ଘ ୩ ବର୍ଷର ଲଢେଇରେ ପୂର୍ଣ୍ଣଚ୍ଛୈଦ ପକାଇଛି ହାଇକୋର୍ଟ । ଅନୁଭବ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ , ଯେଉଁଥିରେ ଦୀର୍ଘ ୩ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ଅନୁମତି ମିଳିଛି ।

କିନ୍ତୁ ପରଦାରେ ଏହି ସୁପରହିଟ୍ ଯୋଡି ରିଅଲ ଲାଇଫରେ ଅଧିକ ଦିନ ତିଷ୍ଟିନପାରିବା ପ୍ରଶଂସକଙ୍କୁ ଅନେକ କଷ୍ଟ ଦେଇଛି । ଏନେଇ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଅନୁଭବ ବର୍ଷା ସିନା କାଗଜ ପେପରରେ ଅଲଗା ହୋଇଯିବେ କିନ୍ତୁ ପ୍ରେମ ଆଗରେ ସବୁ ହାର ମାନିବ । ଏମିତିକି ଯେଉଁ ଜୁଡିସିଆରି ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛି । ସେଇଠି ପୁଣି ଏକାଠି ହେବେ ଏଇ ଯୋଡି । ଦୁହିଁଙ୍କ ମନ ମିଶିବ , ପ୍ରେମ ଜିତିବ ବୋଲି କହିଛନ୍ତି ସୁର ରାଉତରାୟ ।

Leave a Reply

Your email address will not be published. Required fields are marked *