Pratidin TV

Odisha's Digital News Platform

(ଭିଡିଓ)ଚିକିତ୍ସା ପାଇଁ ହସ୍ପିଟାଲ ଆସି ମୋ ବସ୍ ରେ ବଡ ଲୁଟ୍‌ର ଶୀକାର ହେଲେ ମହିଳା ….

ଭୁବନେଶ୍ୱର ; ମୋ ବସରୁ ମହିଳାଙ୍କୁ ଲୁଟିନେଲେ ଲୁଟେରା । ଦେହ ଖରାପ ଯନ୍ତ୍ରଣା ଠୁ ବଳିଗଲା ଲୁଟର ଯନ୍ତ୍ରଣା । ସମ୍ ହସ୍ପିଟାଲ ଆସିଥିଲେ ଚିକିତ୍ସା ପାଇଁ ,ଚିକିତ୍ସା ପରେ ମୋ ବସ ରେ ଘରକୁ ଫେରୁଥିଲେ। ହେଲେ ବାଟରେ ଘଟିଗଲା ଏଭଳି ଅଗଟଣ । ପର୍ସରୁ ସୁନା କାନଫୁଲ, ଚେନ ଓ ଟଙ୍କା ଗାୟବ । ଯାତ୍ରୀ ଙ୍କ ସହ ଥାନାରେ ଅଟକ ମୋ ବସ । ଅଭିଯୋଗ କଲେ ମୋ ବସ କର୍ମଚାରୀ ଓ ମହିଳା । ସିସିଟିଭି ରେ ଲୁଛି ରହିଛି ଲୁଟ୍ ରେ ସମସ୍ତ ଦୃଶ୍ୟ । ସିସିଟିଭି ଭିଡିଓ ପାଇଁ କ୍ରୁଟ୍ କୁ ଚିଠି ଲେଖିଲା ପୋଲିସ । ତେବେ ଲୁଟର ଶୀକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି କଟକ ୪୨ମୌଜା ର ଅହଲ୍ୟା ଦାସ ।

ଗତକାଲି ଦିନ ୨ ସମୟରେ ସମ୍ ହସ୍ପିଟାଲ ରୁ ମାଷ୍ଟରକ୍ୟାଣ୍ଟିନ ୨୩ ନ ବସ ରେ ଆସୁଥିଲେ। ସମ ହସ୍ପିଟାଲ ରୁ କଳିଙ୍ଗ ଷ୍ଟୁଡିଓ ଛକ ବସ ପହାଚିବା ପରେ ଦେଖିଥିଲେ ଭେନିଟି ବ୍ୟାଗ୍ ଚେନ ଖୋଲା ହେଇଛି ଓ ଜାଣିବା ପାଇଁ ପାଇଲେ ବ୍ୟାଗ୍ ରୁ ଚୋରୀ ହେଇଚି । ସଙ୍ଗେ ସଙ୍ଗେ ଭରତପୁର ପୋଲିସ କୁ ଖବର ଦେଇଥିଲେ ମହିଳା । ପରେ ପୋଲିସ ପହଚି ସମସ୍ତ ଯାତ୍ରୀଙ୍କୁ ଥାନାକୁ ନେଇ ଚେକ୍ କରିଥିଲେ। ଏହାସହ ଯାତ୍ରୀ ଙ୍କ ସହ ମୋ ବସ ଥାନାକୁ ଥାନାରେ ଅଟକ ରଖିଛି ପୋଲିସ୍ । ଥାନାରେ ବସକୁ ଯାଞ୍ଚ କରିବା ସହ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଛି ପୋଲିସ। ଅହଲ୍ୟା ଏନେଇ ଭରତ ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୩ଟି କାନଫୁଲ ଗୋଟେ ସୁନା ଚେନ ଓ ୬,୪୦୦ ଶହ ଟଙ୍କା ଥିଲା ବ୍ୟାଗ୍ ଭିତରେ । ବସ ଭିଡ଼ ଥିବାରୁ କେତେବେଳେ କିଏ ଚୋରୀ କରିଛି ସେ ଜାଣି ନାହାନ୍ତି। ଅଭିଯୋଗ ପରେ ମୋ ବସ ର ସିସିଟିଭି ଯାଞ୍ଚ ପାଇଁ ଭରତପୁର ପୋଲିସ କ୍ରୁଟ ସହ ଯୋଗାଯୋଗ କରିଥିବା ବେଳେ ସମ୍ ହସ୍ପିଟାଲ ରୁ ଷ୍ଟୁଡିଓ ଛକ ଭିତରେ ଥିଲା ମମଗ୍ଧଙ୍ଖ କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ।

ଲୁଟ ଅଭିଯୋଗ ପରେ ଭରତପୁର ଥାନାରେ ମୋ ବସ ଓ ସମସ୍ତ ଯାତ୍ରୀ ଙ୍କୁ ଯାଞ୍ଚ କରଯାଇଥିବା ବେଳେ ମୋ ବସ କର୍ମଚାରୀ ଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସମ ହସ୍ପିଟାଲ ରୁ ଷ୍ଟୁଡିଓ ଛକ ମଧ୍ୟରେ ଥିବା ସମସ୍ତ ବସ ଷ୍ଟାଣ୍ଡ ରେ ଓଲ୍ଲେଇ ଥିବା ଯାତ୍ରୀଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ । ଅନ୍ୟପଟେ କ୍ରୁଟ କୁ ସିସିଟିଭି ପାଇଁ ପୋଲିସ ଓ ମୋ ବସ କର୍ମଚାରୀ ଜଣେଇଛନ୍ତି।ଦିନକୁ ଦିନ ମୋ ବସ ରୁ ଲୁଟ ସଂଖ୍ୟା ବଢ଼ି ଚାଲିଛି। ଅଭିଯୋଗ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଟାନ ସୁନ । ବର୍ତ୍ତମାନ ଅପେକ୍ଷା ସିସିଟିଭି ଆସିବା ପରେ ଲୁଟ୍ ର ସତ ସମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *