Pratidin TV

Odisha's Digital News Platform

ଶ୍ମଶାନରୁ ପଡିଛି ବସ୍ତା ବସ୍ତା ମୃତ କୁକୁଡା , ଭୟରେ କେନ୍ଦ୍ରାପଡା ବାସି….

ମଶାଣୀରେ ପଡିଛି ବସ୍ତା ବସ୍ତା ମଲା କୁକୁଡା । ବ୍ଲାଡ୍ ଫ୍ଲୁ ଭୟରେ ଥରିଲେଣି ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନର୍ସିଂପୂରୁ ଗାଁରେ ବାର୍ଡ ଫ୍ଲୁ ଆତଙ୍କ ଖେଳାଇଲାଣି । ନର୍ସିଂହପୂରୁ ଗାଁ ଶ୍ମଶାନରେ ୬ ବସ୍ତା ମୃତ କୁକୁଡା ଠାବ ହେବା ପରେ ଗାଁରେ ଆତଙ୍କ ଖେଳି ଯାଇଛି ।

ମୃତ କୁକୁଡା ଗୁଡିକୁ କୁକୁର ଟାଣି ଖାଉଥିବା ଦେଖି ଲୋକେ ଭୟଭିତ ହୋଇ ପଡିଥିଲେ । ମୃତ କୁକୁଡା ଗୁଡିକ ପାଖ ତିଲଙ୍ଗ ଗାଁରେ ଥିବା କିଛି କୁକୁଡା ଫାର୍ମ ର ବୋଲି ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ଜିଲା ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି ।

ତେବେ ମୃତ କୁକୁଡା ଏବଂ ନିକଟରେ ଥିବା ଫାର୍ମ ର କିଛି ଜୀବନ୍ତ କୁକୁଡାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର୍ ମୃତ୍ୟଞ୍ଜୟ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *