Pratidin TV

Odisha's Digital News Platform

ନବଜାତକୁ ଫିଙ୍ଗିଦେଇ ଚାଲିଗଲା ମା , ଉଦ୍ଧାର କଲେ ୨ ମହିଳା ….

1 min read

କଟକ: କଟକ ଏସସିବିରେ ଅଭାବନୀୟ ଘଟଣା । ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ । ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଆଜି ଜନ୍ମ ନେଇଥିବା ଶିଶୁ । ପ୍ରାଥମିକ ସ୍ତରରୁ ଜଣାପଡ଼ିଛି ଯେ ଶିଶୁଟି ର ଓଜନ ଦେଢ଼ କେଜି ଏବଂ ଶିଶୁଟି ୭ ମାସର ପ୍ରି ମ୍ୟାଚୋର ବେବି ବୋଲି ସ୍ପଷ୍ଟ ହୋଇଛି ।

ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ ଦୁଇ ମହିଳା । ମହିଳା ଙ୍କ ବାପା ଏସିବି ହେପାଟୋଲୋଜି ବିଭାଗ ରେ ଚିକିତ୍ସିତ ହେଉଛନ୍ତି । ମହିଳା ହେପାଟୋଲୋଜି ବିଭାଗ ର ବାହାରକୁ ଆସିଲା ବେଳେ ଦେଖିଥିଲେ ଏହି ନବଜାତ ଶିଶୁ ଟିକୁ । ଏବଂ ତୁରନ୍ତ ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀ ରେଣୁକା ପରିଡାଙ୍କୁ ଦେଖି ଜଣାଇଥିଲେ ।

ରେଣୁକା ସେଠାରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ସ୍ତ୍ରୀ ପ୍ରସୂତି ବିଭାଗର SNCU ରେ ଭର୍ତି କରିଛନ୍ତି । ଏବଂ ଶିଶୁର ଚିକିତ୍ସା ଆରମ୍ଭ ହୋଇଯାଇଥିବା ଜଣାପଡିଛି । କିନ୍ତୁ କିଏ ଓ କେଉଁଥି ପାଇଁ ଏହି ନବଜାତ ଶିଶୁ ଟିକୁ ଫୋପାଡ଼ି ଚାଲିଗଲା ତାହା ଜଣା ପଡିନାଁହି ।

Leave a Reply

Your email address will not be published. Required fields are marked *