କାନ୍ଥରୁ ଲିଭିନି ଶୁଭ ବିବାହ ଲେଖା , ଯୌତୁକ ପାଇଁ ଚାଲିଗଲା ଲକ୍ଷ୍ମୀପ୍ରିୟା ଙ୍କ ଜୀବନ …
ବାହାନଗା ; ପାରିବାରିକ ହିଂସା ସହ ବଢୁଛି ଯୌତୁକ ନିର୍ଯ୍ୟାତନା , ଯାଉଛି ନବବଧୂଙ୍କ ଜୀବନ । ସାମାନ୍ୟ ଫ୍ରିଜ ପାଇଁ ଚାଲିଗଲା ନବବଧୂ ଜୀବନ । ଗତ ଜୁନ ମାସ ୧୪ ତାରିଖ ରେ କୁପାରୀ ପଂଚାୟତ ସରପୁର ଗ୍ରାମ ର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠିଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ, ବାଲେଶ୍ଵର ଜିଲ୍ଲା,ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କ ସହ ବିବାହ ହୋଇଥିଲା ।
ବିବାହର କିଛି ଦିନ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟା କୁ ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା । ହେଲେ ଆଜି ହଠାତ୍ ଲକ୍ଷ୍ମୀପ୍ରିୟା ନିଜ ଜୀବନ ହାରିଥିବା ନେଇ ଜଗନ୍ନାଥ ଙ୍କ ଗ୍ରାମବାସି ମାନେ ଝିଅ ପରିବାର କୁ ଖବର ଦେଇଥିଲେ ।
ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ଜଗନ୍ନାଥ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅ କୁ ହତ୍ୟା କରିଥିବା ନେଇ ଝିଅ ପରିବାର ଲୋକ ଦାବି କରିଛନ୍ତି । ଯାହାକୁ ନେଇ ଗ୍ରାମ ରେ ଉତେଜନା ଲାଗିରହିଛି ।