ମରିଗଲା ମଣିଷ ପଣିଆ : ରାଜଧାନୀରେ ୯ ବର୍ଷର ଶିଶୁ କନ୍ୟାକୁ କୁକର୍ମ କରି ଦେଲା ହତ୍ୟା ଧମକ ..
ରାଜଧାନୀରେ ଲଜ୍ଜା । ଆଜି ଏହି ଘଟଣା ସଭ୍ୟ ସମାଜ ଉପରେ ଲାଗିଛି କଳଙ୍କର ଛିଟା । ରାଜଧାନୀର ଛାତି ଉପରେ ଘଟିଥିବା ଏହି ଘଟଣା ଆଜି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ୯ ବର୍ଷର ଶିଶୁ କନ୍ୟାକୁ କୁକର୍ମ । ଘରେ କେହିନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି । ସୂଚନାନୁଯାୟୀ ପିଡୀତାଙ୍କ ମାଆ ଭୁବନେଶ୍ବରର ଏକ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ୱାମୀ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟକରନ୍ତି। ଗତ ଦୁଇ ତାରିଖ ଦିନ ତାଙ୍କର ୯ ବର୍ଷର ଶିଶୁ କନ୍ୟାକୁ ଘରେ ଏକୁଟିଆ ଛାଡି ନିଜ ନିଜ କାର୍ଯ୍ୟକୁ ଯାଇଥିଲେ। ଘରେ କେହି ନଥିବାର ଫାଇଦା ଉଠାଇ ଘର ପାଖରେ ରହୁଥିବା ନିମ୍ନୋକ୍ତ ଅଭିଯୁକ୍ତ ଧଡିଆ ବେହେରା ତାଙ୍କ ଘରେ ବଳପୂର୍ବକ ଭାବେ ପଶିଥିଲା । ଘର କବାଟ ବନ୍ଦକରି ତାଙ୍କ ଶିଶୁ କନ୍ୟା ସହ କରିଥିଲା କୁକର୍ମ ।
ତେବେ ଏହି ଘଟଣା ଘଟାଇବା ପରେ ପୀଡ଼ିତାଙ୍କୁ ଏହି ବିଷୟରେ କାହାକୁ ଜଣାଇଲେ ମାଡ଼ ମାରିବାର ଧମକ ଦେଇ ଘରୁ ଚାଲିଯାଇଥିଲା । ପୀଡ଼ିତାଙ୍କ ମାଆ ଘରକୁ ଫେରିବା ପରେ ଝିଅ କାନ୍ଦୁଥିବାର ଦେଖି, ତାଙ୍କୁ କଣ ହୋଇଛି ବୋଲି ପଚାରିବାରୁ ପୀଡ଼ିତା ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ମାଆ ଏୟାରଫୀଲ୍ଡ ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ଏକ ଏତଲା ଦେଇଥିଲା । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଏହି ମାମଲାରେ ସଂପୃକ୍ତ ଥିବା ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।