Pratidin TV

Odisha's Digital News Platform

ରାୟଗଡାରୁ ବିକଳ ଦୃଶ୍ୟ ; ମୃତ୍ୟୁ ପରେବି ପିଛା ଛାଡୁନି ଦ୍ଦୁର୍ଦ୍ଦଶା …

ରାୟଗଡ ; ମୃତ୍ୟୁ ପରେବି ପିଛା ଛାଡୁନାହିଁ ଦୁର୍ଦ୍ଦଶା,ରସି ସାହାଯ୍ୟରେ ବିପଦସଂକୁଳ ଅବସ୍ତାରେ ଜୀବନକୁ ବାଜି ଲଗାଇ ଭରାନଦୀ ମଝି ଦେଇ ଶବ ପାର କଲେ ଗ୍ରାମବାସୀ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡିମୁଣ୍ଡି ଗ୍ରାମବାସୀ ଙ୍କ ମୃତ୍ୟୁ ପରେ ମଧ୍ୟ ପିଛା ଛାଡୁନାହିଁ ଦୁର୍ଦ୍ଦଶା । ଯଦି ଗ୍ରାମର କାହାର ମୃତ୍ୟୁ ହୁଏ ତେବେ ମଶାଣୀକୁ ଯିବାପାଇଁ ଗ୍ରାମରୁ ପାଞ୍ଚ କିଲୋମିଟର ଶବକୁ ବୋହି ନେବାପରେ ରସି ସାହାଯ୍ୟରେ ଗ୍ରାମବାସୀ ଙ୍କୁ ବିପଦସଂକୁଳ ଅବସ୍ତାରେ ନଦୀ ପାର କରିବାକୁ ପଡୁଛି ।

ଏହି ଡିମୁଣ୍ଡି ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ ମଧ୍ୟ ଏହା ପ୍ରତି ଦୁଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ କମ୍ପାନୀ ଭିତର ଦେଇ ମଶାଣୀକୁ ଯାଉଥିବା ବେଳେ କିଛିବର୍ଷ ହେବ କମ୍ପାନୀ ପାଚେରୀ ପକେଇ ଦେଇଥିବା ଯୋଗୁଁ ଗ୍ରାମବାସୀ ପାଞ୍ଚକିଲୋମିଟର ଚାଲି ଚାଲି ଯାଇ ବିପଦସଂକୁଳ ଅବସ୍ତାରେ ଭରାନଈ ପାର କରୁଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି ।

ଡିମୁଣ୍ଡି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିଲା ପରେ ଗ୍ରାମବାସୀ ମାନେ ମିଶି ଶବ ସତ୍କାର ନିମନ୍ତେ ମଶାଣୀକୁ ଯିବା ପାଇଁ ଭରାନଦୀ ପାର ହୋଇଥିବା ବିଡିଓ ବର୍ତ୍ତମାନ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ଭାଇରଲ ହେବାର ଲାଗିଛି।

Leave a Reply

Your email address will not be published. Required fields are marked *