Pratidin TV

Odisha's Digital News Platform

ମା ହେଲେ ଟିଭି ତାରକା ରୁବିନା, ଘରକୁ ଆସିଲେ ଜାଆଁଳା କନ୍ୟା

ମା’ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲାଇକ । ସେ ଆଜି ତାଙ୍କ ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି । ତାଙ୍କ ଘରକୁ ଆସିଛନ୍ତି ଦୁଇ ଜଣ ରାଜକୁମାରୀ । ବିବାହର ପାଞ୍ଚ ବର୍ଷ ପରେ ରୁବିନା ଏବଂ ଅଭିନବଙ୍କ ଜୀବନରେ ଜାଆଁଳା ଶିଶୁଙ୍କ ଆଗମନ ହୋଇଛି । ତେବେ ଛୁଆଙ୍କ ଆଗମନରେ ପୁରା ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରୁବିନା ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟି ନାହାନ୍ତି । ତାଙ୍କ ଜିମ୍ ଟ୍ରେନର ସୋସିଆଲ ମିଡିଆରେ ଏଖବର ପୋଷ୍ଟ କରି ଜଣାଇଛନ୍ତି । ତେବେ କିଛି ସମୟରେ ଏହି ଖବର ସେ ଡିଲିଟ କରି ଦେଇଛନ୍ତି ।ତେବେ ସେ କାହିଁକି ଡିଲଟ କରିଛନ୍ତି ଏନେଇ କିଛି ଜଣାପଡିନାହିଁ ।

ତେବେ ୨୦୧୮ରେ ଅଭିନବ ଶୁକ୍ଳାଙ୍କୁ ବିବାହ କରିଥିଲେ ରୁବିନା । ଚଳିତ ବର୍ଷ ସେପ୍ଟେମ୍ବରରେ ରୁବିନା ନିଜର ଗର୍ଭଧାରଣକୁ ନେଇ ଖୁଲାସା କରିଥିଲେ । କିଛି ଦିନ ତଳେ ସେ ଟ୍ୱିଇନ୍ସ ଛୁଆର ମାଆ ହେବେ ବୋଲି ନିଜ ଫ୍ୟାନ୍ସଙ୍କୁ ଜଣା ଚମକାଇଥିଲେ ।

ଏପରିକି ସେ ଏବଂ ସ୍ୱାମୀ ଅଭିନବ ଉତ୍ସୁକତାର ସହ ସମୟକୁ ଅପେକ୍ଷା କରିଥିବା କହିଥିଲେ । କହିବାକୁ ସୋସିଆଲ ମିଡିଆରେ ରୁବିନା କ୍ରମାଗତ ଭାବରେ ଆକ୍ଟିଭ ଅଛନ୍ତି । ସମ୍ପୂର୍ଣ୍ଣ ଗର୍ଭଧାରଣା ଯାତ୍ରାକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *