ଲିଫ୍ଟ ଭିତରେ ବ୍ୟକ୍ତଙ୍କ ଉପରେ ପିଟବୁଲର ଆକ୍ରମଣ…ସିସିଟିଭିରେ ହେଲା କଏଦ
ପୁଣି କୁକୁର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର | ସରକାରଙ୍କ ନିଷେଦ୍ଧ ସତ୍ତ୍ୱେ ପୋଷୁଛନ୍ତି ମାରାତ୍ମକ କୁକୁର | ତେବେ ବର୍ତ୍ତମାନ ମାରାତ୍ମକ ପିଟବୁଲ୍ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଂଶ ଉପରେ ଆକ୍ରମଣ କରି ଗୁରୁତର ଆହତ ହୋଇଛନ୍ତି | ଆକ୍ରମଣର ଭିଡ଼ିଓ ହୋଇଛି ସିସିଟିଭିରେ କଏଦ | ଏପରି ଘଟଣା ହରିୟାଣାର ସୋନିପାଟରେ ଥିବା କୁଣ୍ଡଲି ପାର୍କର ରେସିଡେନ୍ସିରେ ଏହା ଘଟିଛି |
ତେବେ ଘଟଣାଟି ହେଲା କି, କୁଣ୍ଡଲି ପାର୍କର ରେସିଡେନ୍ସିରେ ଜଣେ ମହିଳା ନିଜ ପୋଷା ପିଟବୁଲ କୁକୁରକୁ ସହଲିଫ୍ଟରେ ଯାଉଥିଲେ | ଏହି ସମୟ ମଧ୍ୟରେ ଅନ୍ୟ ଜଣ ବ୍ୟକ୍ତି ଆସିଥିଲେ | ଏବଂ ସେହି ସମୟରେ ପିଟବୁଲ ବ୍ୟକ୍ତି ଜଣକର ବ୍ୟକ୍ତିଗତ ଅଂଶ ଉପରେ କରିଥିଲେ ଆକ୍ରମଣ | ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା | ପୀଡିତ ଜଣକ ପୋଲିସ ନିକଟରେ କରିଛନ୍ତି ଅଭିଯୋଗ |
ସୂଚନା ଅନୁସାରେ, କୁଣ୍ଡଲି ପାର୍କର ରେସିଡେନ୍ସିରେ ପୀଡିତ ସୁଦର୍ଶନ ନାମକ ଜଣେ ବ୍ୟକ୍ତି ପୂର୍ବପରି ସକଳୁ ବୁଲିବାକୁ ଯାଇଥିଲେ | ସେ ଫେରିବା ବେଳେ ଲିଫ୍ଟ ଯୋଗେ ନିଜ ଘରକୁ ଯିବାକୁ ଚଢ଼ିଥିଲେ | ଏହି ସମୟ ମଧ୍ୟରେ ପୁନମ ନାମକ ଜଣେ ମହିଳା ତାଙ୍କ ପୋଷା କୁକୁର ପିଟବୁଲ ସହିତ ଲିଫ୍ଟରେ ଥିଲେ | ଲିଫ୍ଟ ଗେଟ ଖୋଲିବା ମାତ୍ରେ ସୁଦର୍ଶନ ଲିଫ୍ଟରେ ପହଞ୍ଚିବା ମାତ୍ରେ ପିଟବୁଲ ଆକ୍ରମଣ କରିଥିଲା | ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା | ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ପୀଡିତ ଜଣକ ଅଭିଯୋଗ ସହ କହିଛନ୍ତି ଯେ, ସରକାରଙ୍କ ନିଷେଦ୍ଧ ସତ୍ତ୍ୱେ କିପରି ଲୋକେ ଏହି ପ୍ରକଟର କୁକୁର ପ୍ରଜାତିକୁ ପାଳୁଛନ୍ତି ପିଟବୁଲ |