Pratidin TV

Odisha's Digital News Platform

ହିରୋ ସାଜିଲେ ଶୁଭାନ , ବନ୍ୟା ପାଣିରେ ବୁଲଡୋଜର ଚଳାଇ ବଞ୍ଚାଇଲେ ୯ ଜୀବନ ..

ଫିଲ୍ମ କିମ୍ବା ସିରିଏଲ ରେ ଅଭିନୟ କଲେ ସେ ବାସ୍ତବରେ ହିରୋ ହୋଇଯାଏନି । ହେଲେ ଆଜି ସତସତିକା ହିରୋ ପାଲଟିଛନ୍ତି ହରିୟାଣାର ଶୁଭନ ଖାନ । ଯେତେବେଳେ ଜୀବନ ଅବଶ ହୋଇଯାଉଥିଲା  । ସେହି ଅକାତ କାତ ପାଣି ଭିତରେ ଯେତେବେଳେ ବଞ୍ଚିବାର ଆଶା କ୍ଷୀଣ ହୋଇ ଆସୁଥିଲା ଠିକ ସେତିକିବେଳେ  ନିଜ ଜୀବନକୁ ବାଜି ଲଗାଇ ୯ ଜଣଙ୍କ ଜୀବନ ମରଣ ମୁହଁରୁ ଟାଣିଆଣିଲେ ଶୁଭାନ । ଯାହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି ରିଏଲ ହିରୋ ହେଉଛନ୍ତି ଶୁଭାନ । ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏବେ ବଢିଚାଲିଛି ବନ୍ୟା ବିତ୍ପାତ । ଯୁଆଡେ ଚାହିଁଲେ ପାଣି ଆଉ ପାଣି । ଘର ଦ୍ବାର ଗାଡି ମଟର ସବୁ ଭାସୁଛି । ଏମିତି ସ୍ଥିତିରେ ତେଲେଙ୍ଗାନାର ଖାମ୍ମାମ ଜିଲ୍ଲାର ମୁନ୍ନେରୁ ନଦୀ ଉପରେ ଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସିଯାଇଥିଲେ ।

ଚାରିଆଡେ ପାଣି ଥିବାରୁ ବାହାରି ନପାରି ଉଦ୍ଧାର ପାଇଁ ଚିତ୍କାର କରୁଥିଲେ । ନିଜ ଦୁର୍ଦ୍ଦଶାର ଏକ ଭିଡିଓ କରି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଖବର ମିଳିବା ପରେ ଉଦ୍ଧାର ପାଇଁ ରାଜ୍ୟ ସରକାର ହେଲିକପ୍ଟର ପଠାଇଥିଲେ ମଧ୍ୟ ଖରାପ ପାଗ ଯୋଗୁ ବ୍ରିଜ ପାଖରେ ପହଞ୍ଚିପାରିନଥିଲା ହେଲିକପ୍ଟର । ସମୟ ଗଡିବା ସହ ନଦୀର ଜଳସ୍ତର ବଢି ଚାଲିଲା । ଭୟଭୀତ ଓ ବିବ୍ରତ ହୋଇ ବ୍ରିଜ ଉପରେ ଥିବା ୯ ଜଣ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ । ପ୍ରଶାସନ ପହଞ୍ଚିବା ପୂର୍ବରୁ ସେଠାରେ ଝଡବେଗରେ ପହଞ୍ଚି ଯାଇଥିଲେ ହରିୟାଣାର ଶୁଭନ ଖାନ । ବୁଲଡୋଜର ଧରି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ । ବନ୍ୟା ଜଳରେ ପଶି ଯିବା ବେଶ କଷ୍ଟକର ଥିଲା । ବିପଦ ଥିବା କହି ଅନେକ ଲୋକ ତାଙ୍କୁ ସେଠାକୁ ନଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଶୁଭନ କହିଥିଲେ ଯଦି ମୁଁ ମରଯିବି ଗୋଟିଏ ଜୀବନ ଯିବ ଯଦି ଫେରିଆସିବି ୯ ଜଣଙ୍କ ଜୀବନ ବଞ୍ଚାଇ ପାରିବି । ଏତିକି କହିବା ପରେ ସେ ବୁଲଡୋଜର ଧରି ବ୍ରିଜ ପାଖରେ ପହଞ୍ଚିଯାଇଥିଲେ । ଅତ୍ୟନ୍ତ ବିପଦଜନକ ଭାବରେ ବନ୍ୟା ପାଣିରେ ଆଗକୁ ବଢି ସେ ବିପନ୍ନଙ୍କ ପାଖରେ ପହଞ୍ଚିଯାଇଥିଲେ । ଆଉ ୯ ଜଣଙ୍କୁ ନିଜ ବୁଲଡୋଜରରେ ସୁରକ୍ଷିତ ଉଦ୍ଧାର କରି ଆଣିଥିଲେ ।

Leave a Reply

Your email address will not be published. Required fields are marked *