Pratidin TV

Odisha's Digital News Platform

ସୁପରଷ୍ଟାର ସିଙ୍ଗର-୩ ର ଡବଲ ଓି୍ୱନର , ଅଥର୍ବ-ଅବିର୍ଭବ ଜିତିଲେ ଟ୍ରଫି ।

1 min read

ବିଗ୍ ବସ୍ OTT ସିଜନ୍ ୩ ର ସମାପ୍ତି ପରେ ସୁପରଷ୍ଟାର୍ ସିଙ୍ଗର ୩ ର ଗ୍ରାଣ୍ଡ ଫାଇନାଲ୍ ୪ ଅଗଷ୍ଟରେ ହୋଇଥିଲା । ଗ୍ରାଣ୍ଡ ଫାଇନାଲରେ ସମସ୍ତ ପ୍ରତିଯୋଗୀମାନେ ସେମାନଙ୍କ ପ୍ରଦର୍ଶନ ସହିତ ବିଚାରପତିଙ୍କ ହୃଦୟ ଜିତିଥିବାର ନଜର ଆସିଥିଲେ । ଶେଷରେ କେରଳର ଅର୍ବିଭବ ଏବଂ ଝାଡଖଣ୍ଡର ଅଥର୍ବ ବକ୍ସି ସୁପରଷ୍ଟାର ସିଙ୍ଗର ୩ର ଟ୍ରଫି ଜିତିଥିଲେ। ଟ୍ରଫି ସହିତ ଉଭୟଙ୍କୁ ୧୦ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ମଧ୍ୟ ମିଳିଛି।

ପ୍ରାୟ ୫ ମାସ ପରେ ସୁପରଷ୍ଟାର ସିଙ୍ଗର ୩ ଏହାର ବିଜେତା ଘୋଷଣା କରିଛି । ଅର୍ବିଭବ ଏବଂ ଅଥର୍ବ ଏହି ସିଜିନର ବିଜେତା ବନିଛନ୍ତି । ଏହା ସହ ଉଭୟଙ୍କୟ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଥିଲେ। ଅର୍ବିଭବ ଏବଂ ଅଥର୍ବ ସେମାନଙ୍କର ଗୀତ ସହିତ ଶୋ’ର ବିଚାରପତି, ସେଲିବ୍ରେଟ୍ ଏବଂ ଜନସାଧାରଣଙ୍କ ହୃଦୟ ଜିତିବାରେ ଲାଗିଥିଲେ । ଦୁଇ କୁନି ଛୁଆଙ୍କ ପରିଶ୍ରମ ଶେଷରେ ଟ୍ରଫି ରୂପରେ ତାଙ୍କ ହାତକୁ ଆସିଥିଲା ।

ଅଥର୍ବଙ୍କୁ ଅରିଜିତ ସିଂଙ୍କ ସହ ତୁଳନା କରାଯାଇଥିଲା-
ହାଜରିବାଗରୁ ୧୨ ବର୍ଷ ଅଥର୍ବ ବକ୍ସି ତାଙ୍କ ମଧୁର ସ୍ୱରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସୁପର ଜଜ୍ ନେହା କକ୍କର ତାଙ୍କୁ ଗାୟକ ଅରିଜିତ ସିଂଙ୍କ ସହ ତୁଳନା କରିଥିଲେ। ଭେଟେରାନ୍ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ତାଙ୍କ ଗୀତ ଶୁଣିବା ପରେ ଭାବପ୍ରବଣ ହୋଇଥିଲେ । ଗୋଟିଏ ଏପିସୋଡ୍ ସମୟରେ ବିଦ୍ୟା ବାଲାନ୍ ଅଥର୍ବଙ୍କ ଗୀତରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ସ୍ୱାମୀ, ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କାପୁର ଙ୍କୁ ଡାକିଥିଲେ ଏବଂ ତାଙ୍କୁ ପ୍ଲେ-ବ୍ୟାକ୍ ଗୀତ ଗାଇବାର ସୁଯୋଗ ଦେବାକୁ କହିଥିଲେ।

ଅବିର୍ଭବ ମଧ୍ୟ କମ୍ ନୁହଁନ୍ତି
ଅନ୍ୟପକ୍ଷରେ , କୋଚିର ଦକ୍ଷ କଳାକାର ଅବିର୍ଭବ ଏସ୍ ମଧ୍ୟ ଗୀତ ଗାଇବାରେ କମ୍ ନୁହଁନ୍ତି। ସେ ଶୋ’ରେ ଗୀତ ଗାଇ ଉଦିତ ନାରାୟଣ ଏବଂ ଗୀତା କପୁରଙ୍କ ପରି ଅତିଥିମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ପୁରା ସିଜିନ୍‌ରେ, ସେ ସୋ’ର ଦଳରୁ ମଧ୍ୟ ବହୁତ ଭଲ ପାଇବା ପାଇଥିଲେ । ସୁପରଷ୍ଟାର ସିଙ୍ଗର ସିଜିନ ୩ ଜିତିବା ପରେ ଅବିର୍ଭବ ବକ୍ସି କହିଛନ୍ତି- ଏହା ଏକ ସ୍ୱପ୍ନ ସାକାର ହେବା ଭଳି ଲାଗୁଛି । ମୋ ପରିବାରର ଅଦମ୍ୟ ସମର୍ଥନ ଏବଂ ପ୍ରେମ ପାଇଁ ମୁଁ ମୋ ପରିବାରକୁ ଧନ୍ୟବାଦ ଦେବାକୁ ଚାହେଁ । ମୋର ଗୁରୁ ପୱନକଲ୍ୟାଣଙ୍କୁ ମଧ୍ୟ ମୁଁ କୃତଜ୍ଞ ଜଣାଇଛି । ଯିଏ ମୋ ଉପରେ ବିଶ୍ୱାସ କରିଥିଲେ ଏବଂ ପ୍ରତ୍ୟେକ ଦିନ ସହିତ ମୋତେ ଜଣେ ଭଲ କଳାକାର ହେବାକୁ ମାର୍ଗଦର୍ଶନ କରିଥିଲେ।

ଯେହେତୁ ଅବିର୍ଭବ କହିଛନ୍ତି- ମୁଁ ଜିତିଛି ବୋଲି ବିଶ୍ୱାସ କରିପାରିବି ନାହିଁ । ମୁଁ ନେହା କକ୍କର ମ୍ୟାମ୍‌, ଅରୁଣିତା ଦି ଏବଂ ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ କଠିନ ପରିଶ୍ରମ ଜାରି ରଖିବାକୁ ଏବଂ ସମସ୍ତଙ୍କୁ ଗର୍ବିତ କରିବାକୁ ପ୍ରତିଜ୍ଞା କରୁଛି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ନେହା କକ୍କର ସୁପରଷ୍ଟାର ସିଙ୍ଗର ୩ ର ସୁପର ଜଜ୍ ହୋଇଥିବାବେଳେ ଅରୁଣିତା କଞ୍ଜିଲାଲ, ପୱାନଦୀପ ରାଜନ, ମହମ୍ମଦ ଡାନିଶ, ସାୟଲି କାମ୍ବଲେ ଏବଂ ସଲମାନ ଅଲି ଏହି ଛୋଟ ପିଲାମାନଙ୍କର ପରାମର୍ଶଦାତା ଥିଲେ ।

Leave a Reply

Your email address will not be published. Required fields are marked *