Pratidin TV

Odisha's Digital News Platform

ଟ୍ରକ୍ ଚାପିଦେଲା ସ୍କୁଟି ଚାଳକଙ୍କୁ ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ …..

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ସିଙ୍ଗିଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକାରେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ସୁରେଶ ମହାନ୍ତ। ତାଙ୍କ ଘର ପୁରୁଣା ଦେଓ ଗାଁରେ।

ଖବର ଅନୁଯାୟୀ ଆଜି ଅପରାହ୍ନ ସମୟରେ ପୁରୁଣା ଦେଓ ଗାଁର ସୁରେଶ ମହାନ୍ତି ,୪୯ନମ୍ବର ଜାତୀୟ ରାଜପଥ ରେ କେନ୍ଦୁଝର ପଟକୁ ଯାଉଥିବା ବେଳେ ଏକ ଟ୍ରକ ଧକା ଦେଇ ସ୍କୁଟି ଚାଳକଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ତେବେ ଟ୍ରକ ଟି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।

ଏହା ପରେ ଉତ୍ତ୍ୟକ୍ତ ଲୋକେ ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି ସହିତ ୪୯ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ସିଙ୍ଗିଡା କୋଲେଜ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟେ ଶହ ଶହ ଗାଡି ଅଟକିଛି । ଘଟଣା ସ୍ଥାନରେ ସିଙ୍ଗିଡା ଫାଣ୍ଡି ଅଧିକାରୀ ପହଁଚି ଲୋକମାନକୁ ବୁଝାମଣା କରିଥିଲେବି ଲୋକେ ନିଜ ଜିଦରେ ଅଟଳ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *