Pratidin TV

Odisha's Digital News Platform

ବାରବାଟୀରେ ହେବ ଦିନିକିଆ ମ୍ୟାଚ୍‌; ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ

1 min read

ଓଡ଼ିଶାରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର | କଟକର ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍‌। ବାରବାଟୀ ଷ୍ଟାଡିୟମରେ ହେବ ଦିନିକିଆ ମ୍ୟାଚ | ଦୀର୍ଘ ବର୍ଷ ପରେ ପୁଣି ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍‌ର ଦ୍ବିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବା ନେଇ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା |

ସୂଚନା ଅନୁଯାୟୀ, ୨୦୨୫ ଫେବୃଆରୀ ୯ ତାରିଖରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଛି | ଏହିଦିନ ବାରବାଟୀରେ ମୁହାଁମୁହିଁ ହେବ ଭାରତ ଓ ଇଂଲଣ୍ଡ । ଦ୍ବିତୀୟ ଦିନିକିଆରେ ଉଭୟ ଟିମ୍ ବାରବାଟୀରେ ପରସ୍ପରକୁ ଭେଟିବେ ।

Advertisement

ପ୍ରାୟ ୫ ବର୍ଷ ପରେ ବାରବାଟୀକୁ ଫେରିଲା ୱାନ ଡେ ମ୍ୟାଚ। ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ୱାନ ଡେ ଖେଳାଯାଇଥିଲା। ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା ।

ସୂଚନା ଅନୁସାରେ, ୨୦୨୫ ଆରମ୍ଭରେ ଇଂଲଣ୍ଡ ଭାରତକୁ ଟି-୨୦ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ। ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ।

Leave a Reply

Your email address will not be published. Required fields are marked *