Pratidin TV

Odisha's Digital News Platform

ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋ ମୁଖ୍ୟଙ୍କ ବଡ ସୂଚନା, ଜାନୁଆରୀ ୬ରେ ଲକ୍ଷପଥରେ ପହଞ୍ଚିବ ଆଦିତ୍ୟ L1…

1 min read

ଭାରତର ସୂର୍ଯ୍ୟ ମିଶନକୁ ନେଇ ଆସିଲା ବଡ ଖବର । ଆସନ୍ତା ଜାନୁଆରୀ ୬ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଆଦିତ୍ୟ L1। ପୃଥିବୀ ଠାରୁ ପ୍ରାୟ ୧.୫ ମିଲିୟନ୍ କିଲୋମିଟର ଦୂରରେ ଥିବା ଲାଗରେଞ୍ଜ ପଏଣ୍ଟରେ ଆଦିିତ୍ୟ L1 ପହଞ୍ଚିବା ନେଇ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ ଶୁକ୍ରବାର ଦିନ କହିଛନ୍ତି । ଇସ୍ରୋ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସେପ୍ଟେମ୍ବର ୨ ରେ ଭାରତର ପ୍ରଥମ ସୈାର ମିଶନ ଆଦିତ୍ୟ- L1 ଲଞ୍ଚ କରିଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱାନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା L1 । ସୂଚନା ଅନୁସାରେ ଜାନୁଆରୀ ୬ରେ ଆଦିତ୍ୟ- L1 ହାଲୋ ଅର୍ବିଟ L1 ରୁ ସୂର୍ଯ୍ୟ ଅଧ୍ୟୟନ କରିବ । ଏଥିରେ ୭ଟି ପେଲୋଡ ବ୍ୟବହାର କରାଯାଇଛି । ଆଦିତ୍ୟ L1 ମିଶନର ଲକ୍ଷ୍ୟ ହେଉଛି L1 ନିକଟ କକ୍ଷପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା । ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ଫୋଟୋସଫିସର, କ୍ରୋମୋସଫିସର ଏବଂ ସୂର୍ଯ୍ୟର ବାହ୍ୟ ସ୍ତର ଉପରେ ବିଭିନ୍ନ ତରଙ୍ଗ ବ୍ୟାଣ୍ଡରେ ଗବେଷଣା କରିବାରେ ଏହା ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *