Pratidin TV

Odisha's Digital News Platform

ଭାଇ ଠାରୁ ଟଙ୍କା ହଡପ୍ ପାଇଁ ଭଉଣୀ ରଚିଥିଲା ନିଜ ଅପହରଣ ନାଟକ ।

1 min read

ଭାଇ-ଭଉଣୀ ସର୍ମ୍ପକରେ ଲାଗିଲା ବିଶ୍ୱାସଘାତକତାର ଚିହ୍ନ । ପ୍ରେମିକ ପାଇଁ ଭାଇ ବିଶ୍ୱାସରେ ବିଷ ଭରିଲା ଭଉଣୀ । ରାଜଧାନୀରେ ମହିଳାଙ୍କୁ ଅପହରଣ ଘଟଣାରେ ପୋଲିସକୁ ସଫଳତା । ରାଜଧାନୀ ଚନ୍ଦକା ଥାନା ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏହା ସହ ସମ୍ପୂର୍ଣ୍ଣ ଘଟଣାର ପର୍ଦାଫାଶ ମଧ୍ୟ କରିଛି କମିଶନରେଟ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଦୁଇ ଯୁବକ ସହ ଅପହରଣ ହୋଇଥିବା ମହିଳାଙ୍କୁ ଗିରଫ୍ କରିଛି । ଗିରଫ ଦୁଇ ଯୁବକ ହେଲେ ରାଜସ୍ଥାନ ର ପ୍ରଦୀପ ଓଲା ଓ ଦେବୀ ଲାଲ । ପୂର୍ବରୁ ମହିଳା ଜଣଙ୍କ ବିବାହିତା ଥିଲେ, ଦୁଇବର୍ଷ ହେଲାଣି ଛାଡ଼ପତ୍ର ପରେ ପ୍ରଦୀପ ଙ୍କୁ ମହିଳା ସୋସିଆଲ ମିଡ଼ିଆ ରେ ପରିଚିତ ପରେ ଭଲ ପାଇଥିଲେ । ୧୯ ତାରିଖ ରେ ମହିଳାଙ୍କ ଅପହରଣ ନେଇ ଅଭିଯୋଗ କରିଥିଲେ ପରିବାର ଲୋକ ।

Advertisement

ଅପହରଣ କାରି ମାନେ ମହିଳାଙ୍କ ନମ୍ବର ରୁ ହ୍ଵାଟ୍ସଆପ ରେ କୋଟିଏ ଟଙ୍କା ମାଗିଥିଲେ । ମହିଳାଙ୍କ ଭାଇ କୁ ଫୋନ କରି ଧମକ ଦେଇ ଟଙ୍କା ମାଗିଥିଲେ ମହିଳାଙ୍କ ଭାଇ ୧୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ପୋଲିସ ତଦନ୍ତ ପରେ ପ୍ରଥମେ ଚାରିଛକ ପରେ ନୟାଗଡ଼ ରେ ପୋଲିସ କୁ ଆକ୍ରମଣ କରି ଉଦ୍ୟମ କରି ପଳେଇ ଯାଇଥିଲେ । କିଛି ଦୂରରେ ଗାଡି ଛାଡି ଚାଲି ଚାଲି ଯାଉଥିଲା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ଅଭିଯୁକ୍ତ ଙ୍କ ପାଖରୁ ୩ ଟି ମୋବାଇଲ ଫୋନ, ଲାପଟପ, ଏଟିଏମ, ଜବତ ହୋଇଛି ।

ତେବେ ଅପହୃତ ମହିଳା ନିଜ ଭାଇଙ୍କ ଠାରୁ ଟଙ୍କା ପାଇବା ପାଇଁ ରାଜସ୍ଥାନର ପ୍ରଦୀପ ଓଲା ଓ ଦେବୀ ଲାଲ ନାମକ ବ୍ୟବକ୍ତିଙ୍କ ସହ ମିଶି ଅପହରଣ ନାଟକ କରିଥିଲେ । ଧରାପଡିବା ପରେ ସତ ଉଗାଳିଛନ୍ତି ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *