Pratidin TV

Odisha's Digital News Platform

ସିନ୍ଦୂରର ହକ୍ ପାଇଁ ପ୍ରେମିକ ଦାଣ୍ଡ ଦୁଆରେ ପ୍ରେମିକା ।

1 min read

ବଲାଙ୍ଗୀର ; ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା । ପ୍ରେମିକା ଜଣକ ପ୍ରେମିକଙ୍କ ପରିବାର ଲୋକ ଗ୍ରହଣ କରିବେ ବୋଲି ଦାଣ୍ଡ ଦୁଆରେ ଧାରଣାରେ ବସିଥିଲେ ଏବଂ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରିଥିଲେ କିନ୍ତୁ ନିଷ୍ଠୁର ପ୍ରେମିକ ମାଡ ମାରି ତଡି ଦେଇଥିଲେ ପ୍ରେମିକାଙ୍କୁ । ଏପରି ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ନିକଟସ୍ଥ ଅତିଥିପଡ଼ା ଠାରୁ।

ସୂଚନା ମୁତାବକ ଯୁଧିଷ୍ଠିର ନାଗ ଏବଂ ପୀଡ଼ିତା ଯୁବତୀ ଗତ ୨୦୧୯ ମସିହାରେ ଫୋନକଲ ମାଧ୍ୟମରେ ଉଭୟଙ୍କ ପ୍ରେମ ହୋଇଥିଲା । ପରେ ଉଭୟ ଘରୁ ଚମ୍ପଟ ମାରି ତାମିଲନାଡୁ ରାଜ୍ୟ ସ୍ଥିତ ନେଲ୍ଲୋର ଠାରେ କାମକରି ରହୁଥିଲେ । ସେ ସମୟରେ ଯୁଧିଷ୍ଠିର ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।

Advertisement

ତାମିଲନାଡୁ ରୁ ଫେରିବା ପରେ ପ୍ରେମିକାଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆଉ ଧରା ଛୁଆଁ ଦେଉନଥିଲା , ଫଳରେ ବାଧ୍ୟ ହୋଇ ଅନ୍ୟ ବିକଳ୍ପ ନପାଇ ପୀଡ଼ିତା ଯୁବତୀ ଯୁଧିଷ୍ଠିର ର ଘର ଦାଣ୍ଡରେ ଧାରଣା ଦେଇଥିବା ବେଳେ ପ୍ରେମିକ ପିଡିତା ଙ୍କୁ ମାଡମାରି ଘଉଡ଼ାଇବା କୁ ଚେଷ୍ଟା କରିଥିବା ପୀଡିତା ପ୍ରେମିକା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *