Pratidin TV

Odisha's Digital News Platform

ସମ୍ବଲପୁରରେ ଡରାଇଲାଣି ଜଣ୍ଡିସ , ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୫୯ ।

1 min read

ସମ୍ବଲପୁର ; ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ରେ ୫୯ ଜଣ ଜଣ୍ଡିସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୫୯ ରହିଥିଲା ।

ତେବେ ଆଜି ୧୦ ଜଣ ଜଣ୍ଡିସ ଆକ୍ରାନ୍ତ ପୁଣି ଚି଼ହ୍ନଟ ହୋଇଛନ୍ତି । ଖୋଲା ବଜାର ରେ ବିକ୍ରି ହେଉଥିବା ଗୁପ୍ଚୁପ୍, ଦହିବରା ଓ ଚୁସକି ଖାଇବା ଯୋଗୁଁ ଏହି ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଛି ବୋଲି ଆଶଙ୍କା କରାଯାଉଛି । ଗତ ୨୦୧୪ ମସିହା ପରି ଏଥର ମଧ୍ୟ ପିଏଚ୍ଡି ପାଣିକୁ ନେଇ ସଂଦେହ ସୃଷ୍ଟି ହୋଇଛି । ତେବେ ଯେଉଁ ଯେଉଁ ଅଞ୍ଚଳରେ ଜଣ୍ଡିସ ସଂକ୍ରମଣ ହୋଇଥିବା ଜଣା ପଡିଛି ସେହି ଅଞ୍ଚଳରୁ ସଂଗ୍ରହ ହୋଇଥିବା ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି ।

Advertisement

ବର୍ତ୍ତମାନ ଜଣ୍ଡିସ ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ମଧ୍ୟ ଚାଲିଛି । ତାହାସହ ସଚେତନ ମଧ୍ୟ କରାଯାଉଛି କ୍ଷ ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସଂକ୍ରମିତଙ୍କ ଠାରେ ଜଣ୍ଡିସ୍ର ଆଂଶିକ ପ୍ରଭାବ ରହିଛି । ବର୍ତ୍ତମାନ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି । ସହରର କୁମ୍ଭାରପଡା,ସାଲିଆବଗିଚା,ପେନସନପଡା ଓ ଧୋବାପଡା ଅଞ୍ଚଳରୁ ମୋଟ ୫୯ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି । ଏଥିରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *