Pratidin TV

Odisha's Digital News Platform

ଇତିହାସ ରଚିଲେ ନୀରଜ ଚୋପ୍ରା, ଫିନଲ୍ୟାଣ୍ଡର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ

1 min read

ପ୍ୟାରିସ ଅଲମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା | ଜିତିଲେ ସ୍ବର୍ଣ୍ଣ | ଫିନଲ୍ୟାଣ୍ଡର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି | ୨୬ ବର୍ଷୀୟ ନୀରଜ ଏକମାତ୍ର ଭାରତୀୟ ଭାବେ କ୍ରୀଡ଼ାରେ ଭାଗ ନେଇଥିଲେ | ତୃତୀୟ ଚେଷ୍ଟାରେ ସେ ଫିଙ୍ଗିଥିବା ୮୫. ୯୭ ମିଟର ତାଙ୍କୁ ଶୀର୍ଷରେ ରଖିଛି |

ତେବେ ପାଭୋ ନୁର୍ମି ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ନୀରଜ ଚୋପ୍ରାଙ୍କ ପାଇଁ ସହଜ ନଥିଲା | ନୀରଜଙ୍କ ଦେହରେ ଆଘାତ ହୋଇଥିବାରୁ କିଛି ଦିନ ହେବ ସେ ସଂଘର୍ଷ କରୁଥିଲେ | ଆଘାତରୁ ସୁସ୍ଥ ହେବା ପରେ ଏହା ତାଙ୍କର ପ୍ରଥମ ଖେଳ ଥିଲା | ଏହି ଖେଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି |

Advertisement

Leave a Reply

Your email address will not be published. Required fields are marked *