Pratidin TV

Odisha's Digital News Platform

ପାଣି ପାଇଁ ଯୁଦ୍ଧ ! ଟୋପେ ଜଳ ପାଇଁ ଦିଲ୍ଲୀରେ ହାହାକାର

1 min read

ଦିଲ୍ଲୀରେ ଥମୁନି ଜଳ ସଙ୍କଟ | ଟୋପାଏ ପାଣି ପାଇଁ ବିକଳ ହେଉଛନ୍ତି ରାଜଧାନୀବାସୀ | ପାଇଁ ପାଇଁ ସବୁ ଅଞ୍ଚଳରେ ହାହାକାର | ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ ।

ଦିଲ୍ଲୀରେ ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି । ଜଳ ସଙ୍କଟ ଯୋଗୁଁ ଲୋକେ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି | ତେବେ କେତେଦିନ ଲୋକେ ପାଣି ପାଇଁ ଏମିତି ସମସ୍ୟା ଭୋଗୁଥିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଜନତା ।

Advertisement

ନିକଟରେ ଜଳ ସମସ୍ୟା ପାଇଁ ସୁପ୍ରିମକୋର୍ଟକୁ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଜଳ ମୁକ୍ତ କରିବାକୁ ମନା କରିଦେଇଛନ୍ତି |

Leave a Reply

Your email address will not be published. Required fields are marked *